କ୍ରୀଡା

ନିଉଜିଲାଣ୍ଡ୍‌କୁ ପରାସ୍ତ କରି ରେକର୍ଡ କଲା ଭାରତ

ଟେଷ୍ଟ୍‌ କ୍ରିକେଟ୍‌ରେ ପ୍ରଥମ ଘଟଣା।ମାତ୍ର ୬୨ ରନ୍‌ କରି ପାଭିଲିୟନ୍‌କୁ ଫେରିଯାଇଥିବା ନିଉଜିଲାଣ୍ଡ୍‌ ଦ୍ବିତୀୟ ଇଂନିଙ୍ଗ୍‌ସ୍‌ରେ ୧୬୭ ରନ୍‌ କରିବାକୁ ସମର୍ଥ ହୋଇଥିଲାଭାରତ ଓ ନିଉଜିଲାଣ୍ଡ୍‌ ମଧ୍ୟରେ ‌ଆଜି ଶେଷ ହୋଇଥିବା ‌ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ଭାରତ ଆଉ କିଛି ରେକର୍ଡ ମଧ୍ୟ କରିଛି। ସ୍ବଦେଶରେ ଆୟୋଜିତ ଟେଷ୍ଟ୍‌ ମ୍ୟାଚ୍‌ରେ ଏହା ହେଉଛି ଭାରତର କ୍ରମାଗତ ୧୪ଶ ଟେଷ୍ଟ୍‌ ସିରିଜ୍‌ ବିଜୟ। ଏହାଛଡ଼ା, ସ୍ବଦେଶରେ ବିରାଟ କୋହଲିଙ୍କ ଅଧିନାୟକତ୍ବରେ ଖେଳାଯାଇଥିବା ୧୧ଟି ଟେଷ୍ଟ୍‌ ସିରିଜ୍‌ର ପ୍ରତ୍ୟେକ ଖେଳରେ ଭାରତ ବିଜୟ ହାସଲ କରିଥିଲା। Iମୁମ୍ବାଇରେ ଚାଲିଥିବା ଦ୍ବିତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ଆଜି ଘଣ୍ଟାଏରୁ କମ୍ ସମୟ ମଧ୍ୟରେ ନିଉଜିଲାଣ୍ଡ୍‌ର ୫ଟି ୱିକେଟ୍‌ ନେଇ ଭାରତ ବିଜୟ ହାସଲ କରିଛି।  ଜୟନ୍ତ ଯାଦବ ୪ ୱିକେଟ୍‌ ଅକ୍ତିଆର୍‌ କରିଥିବା ବେଳେ ଆର୍‌. ଅଶ୍ବିନୀ ନିଉଜିଲାଣ୍ଡ୍‌ର ଶେଷ ୱିକେଟ୍‌ ନେଇ ଭାରତକୁ ‌୩୭୨ ରନ୍‌ରେ ବିଜୟୀ କରାଇଛନ୍ତି। ଏତେ ରନ୍‌ରେ ବିଜୟୀ ହେବା । କିନ୍ତୁ, ଆଜି ସକାଳେ ଖେଳର ୪ର୍ଥ ଦିବସରେ ୫ ୱିକେଟ୍‌ ବିନିମୟରେ ମାତ୍ର ୨୭ ରନ୍‌ ସଂଗ୍ରହ କରିଥି‌ଲା। କାନ୍‌ପୁରରେ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ଅମୀମାଂଶିତ ରଖିଥିବା ନିଉଜିଲାଣ୍ଡ୍‌ ମୁମ୍ବାଇ ପିଚ୍‌ରେ ଭାରତୀୟ ସ୍ପିନର୍‌ମାନଙ୍କ ମୁକାବିଲା କରିବାରେ ବିଫଳ ହୋଇଥିଲା।

Rakesh Dixit

About Author

Leave a comment

Your email address will not be published. Required fields are marked *

You may also like

କ୍ରୀଡା

ରେକର୍ଡ କଲେ ଏଜାଜ୍, ଭାରତର ପ୍ରଥମ ଇନିଂସରେ ଏକାକୀ ହାସଲ କଲେ୧୦ ଉଇକେଟ

ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଏଜାଜ ପଟେଲ । ଭାରତର ପ୍ରଥମ ଇନିଂସରେ ଏକାକୀ ସମସ୍ତ ୧୦ ଉଇକେଟ ଅକ୍ତିଆର କରି
ଓଡିଶା କ୍ରୀଡା

ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍

କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍ । ଆସନ୍ତା ଜୁନ୍ ୧୨ରେ ଦୁଇ ଦେଶ ମଧ୍ୟରେ ଟି-୨୦ ଖେଳାଯିବ