ଅବସର ନେବେ ୧୮ ବରିଷ୍ଠ ବିଶେଷଜ୍ଞ

୨୦୨୨ରେ ଅବସର ନେବେ ରାଜ୍ୟର ୧୮ଜଣ ବରିଷ୍ଠ ତଥା ସ୍ବନାମଧନ୍ୟ ବିଶେଷଜ୍ଞ। ୨୦୨୨ ଜାନୁଆରିରୁ ଡିସେମ୍ବର ସୁଦ୍ଧା ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ କାର୍ଯ୍ୟରତ ବରିଷ୍ଠ ପ୍ରଫେସରମାନେ ଅବସର ଗ୍ରହଣ କରିବେ ଏବଂ କିଏ କେଉଁ ମାସରେ ଅବସରଗ୍ରହଣ କରିବେ, ସେ ସଂପର୍କରେ ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ଏକ ତାଲିକା ପ୍ରକାଶ କରିଛି।ଜାନୁଆରିରୁ ଡିସେମ୍ବର ମଧ୍ୟରେ ଭୀମସାର୍ ମେଡିକାଲ କଲେଜର କାର୍ଡିଓଲୋଜି ବିଭାଗର ପ୍ରଫେସର ଡାକ୍ତର ସୁରେଶ ଚନ୍ଦ୍ର ସାହୁ, ଏମ୍କେସିଜି ବ୍ରହ୍ମପୁରର ସର୍ଜରି ବିଭାଗ ପ୍ରଫେସର ଡାକ୍ତର ସୁଶାନ୍ତ କୁମାର ଦାସ, ଏସ୍ସିବି ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ନିରୁପମା ଚୟନୀ, ଫିଜିଓଲୋଜି ବିଭାଗ ପ୍ରଫେସର ଡାକ୍ତର ବିପିନ ବିହାରୀ ପ୍ରଧାନ, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ପ୍ରଫେସର ଡାକ୍ତର ଶିବରାମ ପ୍ରସାଦ ସିଂହ, ଏମ୍କେସିଜି ସର୍ଜରି ବିଭାଗ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମହାନ୍ତି, ଏସ୍ସିବି ଏଣ୍ଡୋକ୍ରାଇନ୍ ସର୍ଜରି ବିଭାଗ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ ଷଢଙ୍ଗୀ, ଏସ୍ସିବି ୟୁରୋଲୋଜି ବିଭାଗ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଏସ୍ସିବି ଡେଣ୍ଟାଲ କଲେଜ ପ୍ରଫେସର ଡାକ୍ତର ଇନ୍ଦୁଭୂଷଣ କର, ପ୍ରଫେସର ଡାକ୍ତର ବିଦ୍ୟୁତ୍ କୁମାର ଦାଶ, ଏସ୍ଏଲ୍ଏନ୍ କଲେଜ କୋରାପୁଟର ସର୍ଜରି ବିଭାଗ ପ୍ରଫେସର ଡାକ୍ତର ଈଶ୍ବର ଚନ୍ଦ୍ର ମୁଦୁଲି, ଏମ୍କେସିଜିର ପ୍ଲାଷ୍ଟିକ୍ ସର୍ଜରି ବିଭାଗ ପ୍ରଫେସର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଦାସ, ପିଆର୍ଏମ୍ କଲେଜ ବାରିପଦାର ମାଇକ୍ରୋବାୟୋଲୋଜି ବିଭାଗ ପ୍ରଫେସର ଡାକ୍ତର ପ୍ରୀତିଲତା ପଣ୍ଡା, ବାଲେଶ୍ବର ମେଡିକାଲ କଲେଜ ପାଥୋଲୋଜି ବିଭାଗ ପ୍ରଫେସର ଡାକ୍ତର ବିଦ୍ୟୁତ୍ପ୍ରଭା ଦାସ, ଏସ୍ସିବିର ରେଡିଓ ଡାଇଗ୍ନୋସିସ୍ ବିଭାଗ ପ୍ରଫେସର ଡାକ୍ତର ସସ୍ମିତା ପରିଡ଼ା, ଏମ୍କେସିଜିର କାର୍ଡିଓଲୋଜି ବିଭାଗ ପ୍ରଫେସର ଡାକ୍ତର ତ୍ରିନାଥ କୁମାର ମିଶ୍ର, ଏସ୍ସିବି ହେପାଟୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର, ବାରିପଦା ମେଡିକାଲ କଲେଜ ଏଫ୍ଏମ୍ଟି ବିଭାଗ ପ୍ରଫେସର ଡାକ୍ତର ପୂଣ୍ୟାଂଶୁ ମହାନ୍ତି ପ୍ରମୁଖ ଅବସର ଗ୍ରହଣ କାରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ତାଲିକାରୁ ଜଣାପଡ଼ିଛି।ଏହି ପ୍ରକାଶିତ ତାଲିକା ଅନୁସାରେ ରାଜ୍ୟର ବିଶିଷ୍ଟ ଡାକ୍ତର ପ୍ରଫେସର ଡାକ୍ତର ବିଦ୍ୟୁତ୍ କୁମାର ଦାଶଙ୍କଠାରୁ ଆରମ୍ଭ କରି ଏସ୍ସିବି ମେଡିକାଲ କଲେଜର ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର, ପ୍ରଫେସର ଡାକ୍ତର ଶିବରାମ ପ୍ରସାଦ ସିଂହଙ୍କ ଭଳି ବହୁ ବିଶିଷ୍ଟ ସ୍ବାସ୍ଥ୍ୟ ବିଶେଷଜ୍ଞ ଅବସର ଗ୍ରହଣ କରିବେ। ସର୍ଜରି, କାର୍ଡିଓଲୋଜି ଓ ମାଇକ୍ରୋବାୟୋଲୋଜି ବିଭାଗରୁ ୨ଜଣ ଲେଖାଏ ପ୍ରଫେସର ଅବସର ଗ୍ରହଣ କରିବେ ବୋଲି ପ୍ରକାଶିତ ତାଲିକାରୁ ଜଣାପଡ଼ିଛି।