ଆରପାରିରେ ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆ

ଦେଶର ବରିଷ୍ଠ ସାମ୍ବାଦିକ ବିନୋଦ ଦୁଆଙ୍କର ୬୭ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରିବାର ସୂତ୍ରରୁ ପ୍ରକାଶ ଯେ ଆଜି ଦିନ ପ୍ରାୟ ୪.୩୦ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ଯକୃତ ସଂକ୍ରମଣ ହେତୁ ସେ ପରମାନନ୍ଦ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଗତ ୫ ଦିନ ଧରି ତାଙ୍କୁ ଆପୋଲୋ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।
କରୋନା ସଂକ୍ରମଣ ହେତୁ ଚଳିତ ବର୍ଷ ଜୁନରେ ବିନୋଦଙ୍କର ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ସେ କରୋନା ସହ ମଧ୍ୟ ଲଢ଼ିଥିଲେ ଏବଂ ସେବେଠାରୁ ତାଙ୍କ ଶରୀର ଅଧିକ ଦୁର୍ବଳ ହୋଇଯାଇଥିଲା । ସୂଚନା ଅନୁସାରେ ବିନୋଦ ଦୂରଦର୍ଶନ ସହ ଏନଡିଟିଭି ଭଳି ଅନେକ ନ୍ୟୁଜ୍ ଚ୍ୟାନେଲରେ କାମ କରିଥିଲେ ଏବଂ ସାମ୍ବାଦିକତା କ୍ଷେତ୍ରରେ ଏକ ଚର୍ଚ୍ଚିତ ନାମ ଥିଲେ ।
ତାଙ୍କୁ ସାମ୍ବାଦିକତାର ମହାନ ସମ୍ମାନ ରାମନାଥ ଗୋଏଙ୍କା ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ୨୦୦୮ରେ ତାଙ୍କୁ ସାମ୍ବାଦିକତା ପାଇଁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ । ଜୁନ୍ ୨୦୧୭ ରେ, ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଆଜୀବନ ସଫଳତା ପାଇଁ ତାଙ୍କୁ ମୁମ୍ବାଇ ପ୍ରେସ୍ କ୍ଲବ ଦ୍ୱାରା ରେଡଇଙ୍କ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।