ଓଡିଶା

କିଶନନଗର ଥାନା ଅଂଚଳରେ ବଡ଼ ଧରଣର ଲୁଟ

କିଶନନଗର ଥାନା ଅଞ୍ଚଳରେ ଗୋଟିଏ ରାତିରେ ଦୁଇ ଦୁଇଟି ପଞ୍ଚାୟତରୁ ଲକ୍ଷାଧିକ ଟଙ୍କାର ଲୁଟ୍ । ଖବର ପାଇ ପୋଲିସର ଜୋରଦାର ତଦନ୍ତ ଜାରି । ସୂଚନା ମୁତାବକ ମଣିଜଙ୍ଗ ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟରୁ ଦୁର୍ବୃତ୍ତ ମାନେ ଗୋଟିଏ ଏସି ଓ ଏଲସିଡି ସହିତ ଭତ୍ତାପ୍ରଦାନ ପାଇଁ ଥିବା ଟଙ୍କା ଲୁଟି ନେବା ସହ ପ୍ରମାଣ ନଷ୍ଟ କରିବା ପାଇଁ ସିସିଟିଭିର ହାର୍ଡ ଡିସ୍କକୁ ମଧ୍ୟ ଲୁଟି ନେଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ସାଇଣ୍ଟଫିକ ଟିମ୍ ଓ କିଶୋରନଗର ପୋଲିସର ମିଳିତ ଭାବେ ତଦନ୍ତ ଜାରି ରଖିଛନ୍ତି ।

ସେପଟେ ନିଶ୍ଚିନ୍ତକୋଇଲି ବ୍ଲକ ବାବୁଜଙ୍ଗ ଗ୍ରାମପଞ୍ଚାୟତରେ ବିଭିନ୍ନ ସ୍ଥାନରୁ ଲୁଟ କରିଛନ୍ତି ଦୁର୍ବୁର୍ତ୍ତ । ପ୍ୟାରରୁନ୍ ବିବିଙ୍କ ଝିଅ ବାହାଘର ଚଳିତ ମାସରେ ଥିବା ବେଳେ ତାଙ୍କ ଘରୁ ବହୁ ସୁନା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷେ ଖ୍ରୂରସିଧ ବେଗଙ୍କ ଘରୁ ମଧ୍ୟ ଟଙ୍କା ଓ ସୁନା ଅଳଙ୍କାର ସହିତ ବିଭିନ୍ନ ମୂଲ୍ୟବାନ ଜିନିଷକୁ ଲୁଟି ନେଇଛନ୍ତି ଦୁର୍ବୃତ ।

ଏ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକମାନଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଫଳରେ ସାଧାରଣରେ ଦାବି ହେଉଛି ଯେ ନିଶ୍ଚିନ୍ତକୋଇଲି ବ୍ଲକର କିଶୋରନଗର ଥାନା ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରେ ପୋଲିସ ପେଟ୍ରୋଲିଂ କଡ଼ା କଡି କରିବା ପାଇଁ । ତେବେ ଦେଖିବାକୁ ବାକି ରହିଲା କେବେ ପୋଲିସ ଦୁର୍ବୃତ୍ତ ମାନଙ୍କୁ ଧରିବାରେ ସଫଳ ହେଉଛି ।

ସାଲେପୁରରୁ ଅଭୟ ଜେନା

Smaranika Sahoo

About Author

Smaranika is a very passionate writer with a deep love for storytelling and creative expression. Writing has always been more than just a skill, that allows to connect with readers.

Leave a comment

Your email address will not be published. Required fields are marked *

You may also like

ଓଡିଶା

ବାତ୍ୟା ’ଜୱାଦ’ ଆସିଲେ ଘଣ୍ଟା ପ୍ରତି ସର୍ବାଧିକ ୧୦୦ କି.ମି ବେଗରେ ପବନ ହେବ।

ସମ୍ଭାବ୍ୟ ବାତ୍ୟା ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସମୀକ୍ଷା ବୈଠକ କରିଥିବା ବେଳେ ସେଥିରେ ଯୋଗ ଦେବା ପରେ ଶ୍ରୀ ମହାପାତ୍ର କହିଛନ୍ତି,  ଆଣ୍ଡାମାନ ସାଗରରେ
ଓଡିଶା ଟ୍ରେଣ୍ଟିଂ

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’, ହେଲେ ପ୍ରବଳ ବର୍ଷିବ

ଧୀରେ ଧୀରେ ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ୍‌’ର ପ୍ରଭାବ । ତେବେ ବାତ୍ୟା ଦୁର୍ବଳ ହେଉଥିଲେ ବି ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି